କଳାହାଣ୍ଡି (ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲାବାସୀଙ୍କୁ ଥରେଇ ଦେଇଛି, କରୋନାର ଦ୍ୱତୀୟ ଲହର, ଦିନକୁ ଦିନ ତାର କାୟା ବିସ୍ତାର କରି ମାନବ ସମାଜକୁ ଗ୍ରାସ କରି ଚାଲିଛି। ଏହି ଦାନଵ ପାଖରୁ ମୁକ୍ତ ହେବ। ନିମନ୍ତେ, କେନ୍ଦ୍ରଠାରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାରର ପଦଖେପ ନେଉଛନ, ରାଜ୍ୟ ସରକାର ବର୍ତ୍ତମାନ ରାଜ୍ୟକୁ ୧୪ ଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି। ବାରମ୍ଵାର ସଚେତନ କରାଉଛନ୍ତି। ମୁହଁରେ ମାକ୍ସ ପରିଧାନ କରନ୍ତୁ। ସବୁ ସମୟରେ ହାତ ସାବୁ ନରେ ବାରମ୍ବାରଧୋଅନ୍ତୁ, ଜରୁରୀ ନ ହେଲେ ଘରୁ ପଦାକୁ ବାହାରନ୍ତୁ ନାହିଁ। ଏପରି ଘଢି ସନ୍ଧି ମୂହର୍ତ୍ତରେ କିଛି, ସ୍ଵେଚ୍ଛାସେବୀ ମାନବ ସେବା ପାଇଁ ଆଗେଇ ଆସୁଥିବା ଦେଖିବାକୁ ମିଳୁଛି।ଭବାନୀପାଟଣା ସହରର ଦୁଇଗୋଟି ୱ।ଡ଼ ୧୮, ୧୯ଛେଦାପଡ଼ା ଓ ହଳିଆପଡ଼ାଠାରେ ଜଣେ ନାରୀ ସ୍ୱେଚ୍ଛାସେବୀ ଶ୍ରୀମତୀ ସାଧନା ରାଣୀ ପ୍ରଧାନ ଘର ଘର ବୁଲି ମା ଭଉଣୀମାନଙ୍କୁ ମାକ୍ସ ବଣ୍ଟନ କରି କାଳରୂପି କରୋନାଠାରୁ ଦୂରରେ ରହିବା ସ୍ଵଛ ରହିବା ସୁସ୍ଥ ରହିବା। ସଚେତନ କରାଉଥିଲେ। ତାଙ୍କର ଏତାଦୃଶ୍ୟ କାର୍ଯ୍ୟକୁ ପଢାବାସୀ ପ୍ରଶସାଂ କରିଥିଲେ । କଳାହାଣ୍ଡି ଭବାନୀପାଟଣାରୁ ସଂଞ୍ଚିବ ରଥ ଙ୍କ ସହ ନାରାୟଣ ପ୍ରସାଦ ନାୟକଙ୍କ ରିପୋର୍ଟ ।