କରୋନା ସଚେତନତା ରଥ ଉଦ୍‌ଘାଟନ

54

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ ) : – ରାଜ୍ୟରେ କରୋନାକୁ ମାତ୍ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ସହରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରିବା ସହ ଗାଁ ଗାଁରେ ଆଶା , ଅଙ୍ଗନୱାଡି ମାନଙ୍କ ଦ୍ଵାରା ସଚେତନତା କରାଯାଉଛି । ତେବେ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୟୁନିସେଫ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ରଥର ଶୁଭ ଉଦ୍ଘାଟନ ହୋଇଥିଲା । ମାଲକାନଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ପ୍ରଫୁଲ କୁମାର ନନ୍ଦ , ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଓ ଆଦିବାସୀ ନେତା ଘେନୁ ମୁଦୁଲି ଏହି ସଚେତନ ରଥକୁ ଉଦ୍‌ଘାଟନ କରିଥିଲେ । ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ଅଧୁଷିତ ଅଂଚଳ ହୋଇଥିବାରୁ ଜିଲ୍ଲାର ପ୍ରତ୍ୟେକ ଗାଁ ଗାଁ ସଚେତନତାର ଆବଶ୍ୟକତା ରହିଛି । ଏହି ରଥଟି ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ତହସିଲ ବୁଲି କରୋନା ସମ୍ବନ୍ଧରେ ସଚେତନ କରିବ ବୋଲି ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More