କରୋନା ରୋଗୀଙ୍କ ମୃତଦେହକୁ ଅସମ୍ମାନ, ଗାତରେ ଫିଙ୍ଗି ଦେଉଥିବାର ଭିଡିଓ ଭାଇରାଲ୍‌

44

Get real time updates directly on you device, subscribe now.

ଚେନ୍ନଇ ( ଏଜେନ୍ସି ) : କରୋନାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ ଥିବା ବେଳେ ପୁଡୁଚେରୀରେ କରୋନା ରୋଗୀଙ୍କ ମୃତଦେହକୁ ଅସମ୍ମାନ କରିବା ଘଟଣା ସାମାଜିକ ଗଣମାଧ୍ୟମରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କୋଭିଡ୍‍-୧୯ ରୋଗୀଙ୍କ ଶବକୁ ଅସମ୍ମାନ କରିବା ପୂର୍ବକ ଗାତରେ ଫିଙ୍ଗି ଦେଉଥିବାର ଏକ ଭିଡିଓ ଭାଇରାଲ୍‌ ହେବା ପରେ ବିଭିନ୍ନ ମହଲରେ ଏନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ୩ ଜଣ ସରକାରୀ କର୍ମଚାରୀ ଜଣେ କରୋନା ରୋଗୀଙ୍କ ଶବକୁ ଆମ୍ବୁଲାନ୍ସରୁ କାଢ଼ୁଛନ୍ତି । ମୃତଦେହ ଉପରେ କେବଳ ଏକ ଧଳା ଚାଦର ଘୋଡା ଯାଇଥିବାର ଦେଖାଯାଉଛି। ପରେ ଶବକୁ ଏକ ଗାତରେ ଫିଙ୍ଗି ଦେଇ ଯିବା ସହ ଜଣେ ସରକାରୀ କର୍ମଚାରୀଙ୍କୁ କହୁଛନ୍ତି ଯେ ଆମେ ଶବ ଫିଙ୍ଗି ଦେଇ ଆସିଲୁ। ଉକ୍ତ କର୍ମଚାରୀ ତାଙ୍କୁ ଆଙ୍ଗୁଳି ଦେଖାଇ ଠିକ୍‌ ଅଛି ବୋଲି ଇସାରା ଦେଉଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More