କରୋନା କଟକଣା ନିୟମ ଉଲଙ୍ଗନ ଅଭିଯୋଗରେ,୧୨ ଦୋକାନ ସିଲ୍ କଲା ଜିଲା ପ୍ରଶାସନ

26

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ(ସଂଘର୍ଷ ମିଡିଆ ) : ସରିଛି ସାବିତ୍ରୀ ବ୍ରତ ଆଗକୁ ଆସୁଛି ଓଡ଼ିଆଙ୍କ ଗଣପର୍ବ ରଜ। ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅନେକ ଆଶା,ଉତ୍କଣ୍ଠା ଦେଖାଦେଇଥାଏ l କିନ୍ତୁ ସାବିତ୍ରୀ ବ୍ରତ ସମୟରେ କୋଭିଡ ନିୟମର ଯେଉଁ ଭଳି ଧଜିଆ ଉଡାଗଲା ସେଥିଲାଗି ଶକ୍ତ ହେଇଛି ପଟ୍ଟାମୁଣ୍ଡାଇ ପ୍ରଶାସନ l ଆଜି ପଟ୍ଟାମୁଣ୍ଡାଇ ବଜାରରେ ତହସିଲଦାର ଦିଲ୍ଲୀପ କୁମାର ସେଠୀ ନିଜେ ବୁଲି ତାଲାବନ୍ଦ ଥିବା ସମୟରେ କରୋନା ନିୟମ ଉଲଘଂନକରି ଦୋକାନ ଖୋଲି ବ୍ୟବସାୟ କରୁଥିବା ୩ଟି ଲୁଗା ଦୋକାନ, ଟେସନାରି ଦୋକାନ ଓ ମୋବାଇଲ୍ ଦୋକାନ ମିଶାଇ ମୋଟ୍ ୧୨ଟି ଦୋକାନକୁ ୩ଦିନ ଲାଗି ସିଲ କରିବା ସହ ସେମାନଙ୍କଠାରୁ ମୋଟ୍ କୋଡ଼ିଏ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ନଜରକୁ ଆସିଛି। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More