ଭୁବନେଶ୍ବର (ସଂଘର୍ଷ ମିଡିଆ ) : ଶନିବାର ସକାଳ ଠାରୁ ରବିବାର ସମ୍ପୂର୍ଣ୍ଣ ଦିନ ଓ ରାତିରେ ସଟ୍ଡାଉନ୍ ବଳବତ୍ତର ରହିବ। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲାଗୁ ହେବ ସଟ୍ଡାଉନ୍। ଏହି ପରିପ୍ରେକ୍ଷୀରେ ଟ୍ବିନ୍ ସିଟି କଟକ ଓ ଭୁବନେଶ୍ବରରେ ସାପ୍ତାହନ୍ତ ସଟ୍ଡାଉନ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।ଆଜି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଆସନ୍ତାକାଲିଠାରୁ ରାଜ୍ୟରେ ସଟ୍ଡାଉନ୍ ନିୟମ ଲାଗୁ ହେବ। ତେବେ ଟ୍ବିନ୍ସିଟି କଟକ ଓ ଭୁବନେଶ୍ବରରେ ସଟ୍ଡାଉନ୍ ଗୁରୁତ୍ବପୂର୍ଣ୍ଣ। ଆଜି ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବ। ଏହା ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି ଶନିବାର ଓ ରବିବାର ରାଜ୍ୟ ସରକାର ସଟ୍ଡାଉନ୍ ଘୋଷଣା କରିଛନ୍ତି। ତେଣୁ କୋଭିଡ୍ କଟକଣା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଟ୍ବିନ୍ସିଟି କଟକ ଓ ଭୁବନେଶ୍ବରରେ ନାଇଟ୍ କର୍ଫ୍ୟୁ ଓ ସଟ୍ଡାଉନ୍ ପାଇଁ ଆଜି ରାତି ୯ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ କୋଭିଡ୍ କଟକଣା ଲାଗୁ କରାଯିବ। ଏହି ସମୟ ମଧ୍ୟରେ ଟ୍ବିନ୍ସିଟି କଟକ ଓ ଭୁବନେଶ୍ବରରେ ଯାଞ୍ଚ କଡ଼ାକଡ଼ି ହେବ।