କଟକରେ ଆରମ୍ଭ ହେଲା ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାକରଣ ପ୍ରକ୍ରିୟା

54

Get real time updates directly on you device, subscribe now.

କଟକ (ସଂଘର୍ଷ ମିଡିଆ ) : ଆଜି ଠାରୁ କଟକରେ ଆରମ୍ଭ ହେଲା ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାକରଣ ପ୍ରକ୍ରିୟା। କଟକ ଚାଉଳିଆଗଞ୍ଜ ଟିକାକରଣ କେନ୍ଦ୍ର ସହ ଏସ୍ ସିବି, ସିଟି ହସ୍ପିଟାଲ ସମେତ ସହରର ସମସ୍ତ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ଟିକା ପ୍ରଦାନ କରାଯାଇଛି। ଏହି ଟିକା କରଣ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ଏହି ଅବସରରେ କୋ ଓ୍ବଇନ୍ ଆପ୍ ମାଧ୍ୟମରେ ରେଜିଷ୍ଟ୍ରେସନ କରି ସ୍ଲଟ ବୁକିଂ କରିଥିବା ଲୋକମାନେ ଟିକା ନେଇଛନ୍ତି। ଯେଉଁ ମାନେ ସ୍ଲଟ ବୁକିଂ କରି ନାହାନ୍ତି ସେମାନଙ୍କୁ ଟିକା ମିଳିନାହିଁ। ଆଜି ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୫୦ ଲୋକଙ୍କୁ ଟିକା ଦିଆଯାଇଛି। ଟିକା କରଣ କେନ୍ଦ୍ର ରେ ଲୋକ ମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ଟିକା ନେଇଥିଲେ।ଏହି ଟିକା କରଣ କେନ୍ଦ୍ରରେ ଟିକା ସଂଖ୍ୟା ବୃଦ୍ଧି କରାଗଲେ ସାଧାରଣ ଲୋକମାନେ ଉପକୃତ ହେବେ ବୋଲି ସିଏମସି କମିଶନରଙ୍କୁ ଅନୁରୋଧ କରିଛନ୍ତି କଟକ କ୍ଷୁଦ୍ର ବ୍ୟବସାୟୀ ସଂଘର ସଭାପତି ପ୍ରକାଶ ଦାସ । କଟକରୁ ସୁରେଶ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More