କଟକରେ ଆଜି କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଦିଆଗଲା କରୋନା ଟିକା

55

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକରେ ଆଜି କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଦିଆଗଲା ଟିକା । ଆଉ ସାଧାରଣ ଲୋକଙ୍କୁ ଏହି ସମୟରେ ଭ୍ୟାକସିନ୍ ଯୋଗାଇ ଦିଆଯାଉଥିଲା ବେଳେ ସମ୍ମୁଖ କରୋନା ଯୋଦ୍ଧା ସାମ୍ବାଦିକମାନଙ୍କୁ ମାଗଣାରେ ଏହି ଟୀକା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଆଉ ଏଥିପାଇଁ ଗତ ୪ ତାରିଖରୁ ଏହି ଟୀକାକରଣ କରାଯାଇଥିବା ବେଳେ କଟକରେ ଆଜି ସାମ୍ବାଦିକ ମାନଙ୍କୁ ଏହି ଟୀକା ଦିଆଯାଇଛି। ଚାଉଳିଆଗଞ୍ଜ ଠାରେ ଥିବା ସହରାଞ୍ଚଳ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ସାମ୍ବାଦିକମାନେ ଭ୍ୟାକସିନ୍ ନେବା ଲାଗି ଏକତ୍ରିତ ହୋଇଥିଲେ। ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଉଭୟ ଛାପା ଏବଂ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ଏବଂ ଭିଡିଓ ସାମ୍ବାଦିକମାନେ ଫର୍ମ ରେ ନିଜର ପରିଚୟ ପତ୍ର ଦେଇ ଟୁକନ୍ ସଂଗ୍ରହ କରିଥିଲେ । ଆଉ ଜଣକ ପରେ ଜଣେ ଟୀକା ନେଇଥିଲେ। ବିଳମ୍ବରେ ହେଉ ପଛେ ସରକାର ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇ କରୋନା ଟୀକା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ସାମ୍ବାଦିକଙ୍କ ମହଲରେ ସ୍ୱାଗତ କରାଯାଇଛି।ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଟୀକାକରଣ କରିବା ସମୟରେ ସିଏମସି କମିସନର୍ ଅନନ୍ୟା ଦାସ,ଜିଲ୍ଲା ସୂଚନା ଅଧିକାରୀ ଅଶୋକ ଷଢ଼ଙ୍ଗୀଙ୍କ ସମେତ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାମ୍ବାଦିକମାନଙ୍କୁ ଟୀକା ଦେବା ପାଇଁ ଏକ କ୍ୟାମ୍ପ କରାଯାଇଥିଲା। ତେବେ ଏହା ପୂର୍ବରୁ ଭୁବନେଶ୍ୱର ରେ ସାମ୍ବାଦିକମାନଙ୍କୁ ଭ୍ୟାକସିନ୍ ଦିଆଯାଇଛି। ଆଉ ଯିଏ ବି ନେଇନାହାନ୍ତି ତାଙ୍କୁ ମଧ୍ୟ ଟୀକାକରଣ ଜାରି ରହିଛି। ରାଜ୍ୟରେ ମୋଟ୍ ୬୯୯୪ ଜଣ ସାମ୍ବାଦିକଙ୍କୁ କରୋନା ଆଗଧାଡିର ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ଆଉ ଏଥିପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଆଉ ସେମାନଙ୍କୁ ଟୀକା ଦେବା ପାଇଁ ସରକାର ସ୍ଥିର କରି ସାରିଛନ୍ତି। ତେବେ କଟକ ଜିଲ୍ଲାରେ ମୋଟ୍ ୪୦୮ ଜଣ ସାମ୍ବାଦିକଙ୍କୁ ଟୀକା ଦେବାକୁ ସ୍ଥିର କରଯାଇଥିବା ବେଳେ କଟକ ମହାନଗର ନିଗମ ଅଧୀନରେ ୨୦୬ ଜଣ ସାମ୍ବାଦିକଙ୍କୁ ଟିକା ଦିଆଯାଉଛି ବୋଲି ଜିଲ୍ଲା ସୂଚନା ଅଧିକାରୀ ଅଶୋକ ଷଢ଼ଙ୍ଗୀ ସୂଚନା ଦେଇଛନ୍ତି। ତେବେ ଏହି ପ୍ରକ୍ରିୟା ଜାରି ରହିଥିବାରୁ ଯେଉଁ ମାନେ ଟୀକା ନେଇନାହାନ୍ତି ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଦିଆଯିବ ବୋଲି ସୂଚନା ଅଧିକାରୀ ଜଣାଇଛନ୍ତି। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More