ରାଜଗାଙ୍ଗପୁର(ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଔଷଧ ଦୋକାନୀଙ୍କୁ ବାରମ୍ବାର ଚେତାବନୀ ସହ ଜୋରିମାନା ପୋଲିସ ଦ୍ୱାରା କରୁଥିବା ବେଳେ କିଛି ଦୋକାନୀ ନିଜ଼ ମେଡ଼ିସିନ ଦୋକାନ ସହ ଡାକ୍ତରଙ୍କ ପରାମର୍ଶ ଲାଗି କ୍ଲିନିକ କରିଛନ୍ତି ।ହେଲେ ରୋଗୀଙ୍କ ଭିଡ଼ ଏଠାରେ ବଢୁ ଥିବାରୁ ସାମଜିକ ଦୂରତା ଓ ସରକାରୀ ନିୟମ ସବୁ ନ ମାନି କରୋନାକୁ ଆହ୍ବାନ କରୁଥିବା ଦେଖା ଯାଉଛି। ପୋଲିସ ଆଜି ଓ ସି ଏଲ ମାର୍କେଟ ଲଷ୍ମୀ ମେଡିକାଲରେ ସରକାରୀ ଉଲଂଘନ ଲାଗି ପୋଲିସ ଫୋର୍ସ ସହ ପହଂଚି ଚେତାବନୀ ଦେଇଥିବା ଜଣାଯାଇଛି । ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।