ନୂଆଦିଲ୍ଲୀ ( ଏଜେନ୍ସି ) ଭାରତରେ କରୋନାର ପ୍ରକୋପ ଆରମ୍ଭ ହେବା ପୂର୍ବରୁ ବିଦେଶୀ ଗବେଷକଙ୍କ ମତ ଥିଲା, ଗ୍ରୀଷ୍ମପ୍ରଧାନ ଦେଶ ଭାରତରେ କରୋନା ପ୍ରଭାବ ପକାଇ ପାରିବ ନାହିଁ। ଗତ କିଛି ମାସର ଅନୁଧ୍ୟାନ ଦ୍ବାରା ଏହା ସ୍ପଷ୍ଟ ହୋଇଛି ଯେ ଆମେରିକା, ସ୍ପେନ୍, ଇଟାଲୀ ତୁଳନାରେ ଆମ ଦେଶରେ କରୋନା ମୃତ୍ୟୁହାର ସଂଖ୍ୟା କମ୍ ଅଛି। ଗରମ ଜଳବାୟୁରେ ଏଇ ଭାଇରସ୍ ଦୁର୍ବଳ ହେଉଛି। ଗବେଷକ ଅଧିକ ଅନୁଧ୍ୟାନ କରିବା ପରେ ମତ ଦେଇଛନ୍ତି, ବର୍ଦ୍ଧିତ ତାପମାତ୍ରାରେ କରୋନା ଶକ୍ତିହୀନ ହେଉଛି, କିନ୍ତୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହେଉନାହିଁ।