ଆସନ୍ତାକାଲିଠାରୁ ରାଜ୍ୟର ୧୧ ଜିଲ୍ଲାରେ ୨ଦିନ ପାଇଁ ସଟଡାଉନ୍

57

Get real time updates directly on you device, subscribe now.

ଭୁବନେଶ୍ଵର ( ସଙ୍ଘର୍ସ ମିଡିଆ ) : ଆସନ୍ତାକାଲି ଅର୍ଥାତ ଶନିବାର ଠାରୁ ରାଜ୍ୟର ୧୧ଟି ଜିଲ୍ଲାରେ ୨ ଦିନ ପାଇଁ ସଟଡାଉନ୍ ଲାଗୁ ହେବ। ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ  ଜୁନ୍‍ ମାସର ପ୍ରତି ଶନିବାର ଓ ରବିବାର ୨ ଦିନ ପାଇଁ  ପାଇଁ ସଟଡାଉନ୍‍ ଲାଗୁ ହେବ। ତେବେ ସରକାର ସଟଡାଉନ୍‍ କଟକଣାରେ ଆଂଶିକ ପରିବର୍ତ୍ତନ କରିଛନ୍ତି । ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ସଟଡାଉନ୍‍ କଟକଣାରୁ କିଛି କାର୍ଯ୍ୟକଳାପକୁ ବାଦ ଦିଆଯାଇଛି। ଅନ୍ୟପକ୍ଷରେ  ସଟ୍ ଡ଼ାଉନରେ ମୋ’ ବସ୍ ଗଡ଼ିବ ନାହିଁ। ଶନିବାର ଓ ରବିବାର ଦ୍ଵୈତନଗରୀରେ ମୋ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More